ଭିନ୍ନକ୍ଷମ କଳାକାରମାନେ ହେଉଛନ୍ତି ଆମର ମୂଲ୍ୟବାନ ମାନବ ସମ୍ବଳ ।

ଭିନ୍ନକ୍ଷମ କଳାକାରମାନେ ହେଉଛନ୍ତି ଆମର ମୂଲ୍ୟବାନ ମାନବ ସମ୍ବଳ ।

ajay kumar nayak

ଭୁବନେଶ୍ଵର, ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ଭବ୍ୟ ସାଂସ୍କୃତିକ ସମାରୋହ “ନିନାଦ୍”  ଚଳିତ ସେପ୍ଟେମ୍ବର ମାସ ୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଉକ୍ତ ସମାରୋହରେ ୨୨ଜଣ କୃତିତ୍ଵ ସମ୍ପନ୍ନ ପ୍ରଶିକ୍ଷିତ କଳାକାରମାନେ ସଙ୍ଗୀତ ପରିବେଷଣ କରିବେ । ଏହି ଶ୍ରେଷ୍ଠ କଳାକାରମାନଙ୍କୁ ଏକ ରାଜ୍ୟସ୍ତରୀୟ ଚୟନ ପ୍ରକ୍ରିୟା ମାଧ୍ୟମରେ ମନୋନୀତ କରାଯିବା ପରେ ରାଜ୍ୟର ସୁଦକ୍ଷ ସଙ୍ଗୀତ ପରିଚାଳକ ତଥା ସଂଯୋଜକ ଗୁରୁ ଶ୍ରୀ ଲକ୍ଷ୍ମୀକାନ୍ତ ପାଲିତଙ୍କ ଦ୍ଵାରା ସେମାନଙ୍କୁ ଉପଯୁକ୍ତ ତାଲିମ୍ ପ୍ରଦାନ କରାଯାଇଛି । ବହୁ ଗଣ୍ୟମାନ୍ୟ ଅତିଥିଙ୍କ ଗହଣରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏହି ସୃଜନାତ୍ମକ ସଙ୍ଗୀତ ପରିବେଷଣର କାର୍ଯ୍ୟକ୍ରମ- “ନିନାଦ୍” ଚଳିତ ସେପ୍ଟେମ୍ବର ମାସ ୫ ତାରିଖ ସଂନ୍ଧ୍ୟାରେ ଭୁବନେଶ୍ଵର ଜୟଦେବ ବିହାରସ୍ଥିତ ସ୍ଵସ୍ତି ପ୍ରିମିୟମ ହୋଟେଲ ଠାରେ ଉଦଘାଟନ କରିବେ ଏବଂ ଏହି କୃତୀ କଳାକାରମାନଙ୍କର ଅନ୍ତର୍ନିହିତ ପ୍ରତିଭାର ସ୍ଵୀକୃତି ପ୍ରଦାନ କରିବେ । ଉକ୍ତ ସାଂସ୍କୃତିକ ସନ୍ଧ୍ୟାରେ ସାମିଲ୍ ହୋଇ ସମସ୍ତ ଦିବ୍ୟାଙ୍ଗ କଳାକାରମାନଙ୍କୁ ଶୁଭକାମନା ଜଣାଇବା ସହ ଏହି ପ୍ରତିଭାଦୀପ୍ତ କଳାକାରମାନଙ୍କୁ ସଶକ୍ତ ଓ ସ୍ଵାବଲମ୍ବନଶୀଳ କରିବା ପାଇଁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ରାଜ୍ୟର ମାନ୍ୟବର ବିଧାୟକ, ମନ୍ତ୍ରୀ, ଶିଳ୍ପଦ୍ୟୋଗ, ମହାବିଦ୍ୟାଳୟ, ବିଶ୍ଵବିଦ୍ୟାଳୟ ମାନଙ୍କର ସଙ୍ଗୀତ ପ୍ରେମୀମାନଙ୍କୁ ନିବେଦନ କରାଯାଉଛି ।