ମୁରଲିଧର ମହାକୁଦଙ୍କ ମୃତ୍ୟୁପରେ ତୁରନ୍ତ ସହାୟତା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଭୁବନେଶ୍ୱର, ମୁମ୍ବାଇରେ ଶ୍ରମଜୀବୀ ଭାବେ କାର୍ଯ୍ୟ କରୁଥିବା ବାଲେଶ୍ବର ଜିଲ୍ଲା ଖଇରାବ୍ଲକ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହାପୁର ଗ୍ରାମର ମୁରଲୀଧର ମହାକୁଡଙ୍କ ଅସୁସ୍ଥତା ବଶତଃ ପରଲୋକ ଘଟିବା ବିଷୟରେ ମୁଖ୍ୟମନ୍ତ୍ରୀ ଅବଗତ ହେବା ପରେ ଜିଲ୍ଲା ପ୍ରଶାସନକୁ ସହାୟତା ଯୋଗାଇ ଦେବା ପାଇଁ ତୁରନ୍ତ ନିର୍ଦ୍ଦେଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ମର ଶରୀର ଆମ୍ବୁଲାନ୍ସ ଯୋଗେ ଓଡିଶା ଆଣିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଆସନ୍ତାକାଲି ମୁରଲୀଧରଙ୍କ ମର ଶରୀର ତାଙ୍କ ଗ୍ରାମରେ ପହଞ୍ଚିବ।
ମୁରଲୀଧରଙ୍କ ପରିବାର ଅତ୍ୟନ୍ତ ଗରିବ। ମୁମ୍ବାଇରୁ ମୁରଲୀଧରଙ୍କ ମର ଶରୀର ଆଣିବା ପାଇଁ ତାଙ୍କ ପରିବାର ପାଖରେ ସମ୍ବଳ ନ ଥିଲା। ମର ଶରୀରକୁ ତାଙ୍କ ଗ୍ରାମକୁ ଆଣି କ୍ରିୟାକର୍ମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ପରିବାର ପକ୍ଷରୁ ନିବେଦନ କରାଯାଇଥିଲା।
ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୁରଲୀଧରଙ୍କ ପତ୍ନୀ ଓ ଯୁକ୍ତ ଦୁଇ ପଢୁଥିବା ଏକମାତ୍ର ଝିଅ ବର୍ଷାରାଣୀଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇ ସମବେଦନା ଜଣାଇଥିଲେ।
ମୁଖ୍ୟମନ୍ତ୍ରୀ ମୁରଲୀଙ୍କ ପତ୍ନୀ ଓ ଝିଅଙ୍କୁ କହିଥିଲେ ଯେ ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ, ଧୈର୍ଯ୍ୟ ରଖନ୍ତୁ। ମୁଁ ଆପଣଙ୍କ ସହିତ ଅଛି। ଝିଅକୁ କହିଥିଲେ ତୁମେ ଭଲ ପାଠ ପଢୁଛ। ତୁମେ କିପରି ପାଠ ପଢା ଜାରି ରଖିବ ସେଥିପାଇଁ ମୋର ସହଯୋଗ ରହିବ। ତୁମେ ଭଲ ପାଠ ପଢି ସମାଜରେ ପ୍ରତିଷ୍ଠିତ ହୁଅ, ସେଥିପାଇଁ ମୋର ଆଶୀର୍ବାଦ ଅଛି। ମୁଖ୍ୟମନ୍ତ୍ରୀ ପରଲୋକଗତ ମୁରଲିଧରଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ।
मुरलीधर महाकुड़ की मौत पर मुख्यमंत्री ने तुरंत सहायता उपलब्ध कराने का आदेश दिया
मुरलीधर की पत्नी और बेटी से फोन पर बात की और अपनी संवेदना व्यक्त की
भुवनेश्वर, बालेश्वर जिले के खिराब्लॉक के गोबिंदपुर ग्राम पंचायत अंतर्गत साहपुर गांव के मुरलीधर महाकुड़, जो मुंबई में मजदूरी करते थे, की मौत की जानकारी मिलने पर मुख्यमंत्री ने तुरंत जिला प्रशासन को सहायता उपलब्ध कराने का आदेश दिया.
मुरलीधर का परिवार बेहद गरीब है. मुरलीधर का शव मुंबई से वापस लाने के लिए उनके परिवार के पास साधन नहीं थे. परिवार ने मुख्यमंत्री मोहन चरण मांझी से शव को अपने गांव लाने की अपील की.
आज शाम मुख्यमंत्री ने मुरलीधर की पत्नी और दूसरी कक्षा में पढ़ने वाली इकलौती बेटी रजनीश रानी से फोन पर बात की और अपनी संवेदना व्यक्त की.
मुख्यमंत्री ने मुरली की पत्नी और बेटी से कहा कि आप चिंता न करें, धैर्य रखें. मैं तुम्हारे साथ हूँ। उन्होंने लड़की से कहा, तुम अच्छी पढ़ाई कर रही हो. मैं पढ़ना जारी रखने में आपका समर्थन करूंगा। मेरा सौभाग्य है कि तुम खूब पढ़ोगे और समाज में प्रतिष्ठित होगे। मुख्यमंत्री ने पारलोगट मुरलीधर की अमर आत्मा की शांति के लिए प्रार्थना की.