ଦୁଇଟି ନୂତନ ESI ଡାକ୍ତରଖାନା ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଜି ଅନୁମୋଦନ କରିଛନ୍ତି

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଇଟି ନୂଆ ଇ.ଏସ.ଆଇ ହସ୍ପିଟାଲ ସ୍ଥାପନ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। କେନ୍ଦୁଝର ଓ ସୋନପୂର ସହରରେ ଏହି ଦୁଇଟି ହସ୍ପିଟାଲ ପ୍ରତିଷ୍ଠା ହେବ। ଏହା ଦ୍ବାରା ସ୍ଥାନୀୟ ଅଞ୍ଚଳର ଶ୍ରମିକ ଶ୍ରେଣୀର ଲୋକ ଓ ସେମାନଙ୍କ ପରିବାର ଉତ୍ତମ ସ୍ବାସ୍ଥ୍ୟ ସେବା ପାଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।