ସେପେଫମ୍ବର ୧୪ରେ ଖୋର୍ଦ୍ଧା ଜିଲ୍ଲାରେ ହେବ ରାଷ୍ଟ୍ରୀୟ ଲୋକଅଦାଲତ

ସେପେଫମ୍ବର ୧୪ରେ ଖୋର୍ଦ୍ଧା ଜିଲ୍ଲାରେ ହେବ ରାଷ୍ଟ୍ରୀୟ ଲୋକଅଦାଲତ

Ajay kumar nayak

ଭୁବନେଶ୍ୱର, ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଆସନ୍ତା ସେପେଫମ୍ବର ୧୪ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସର ଯଥା-ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଚିଲିକା, ଜଟଣୀ, ବେଗୁନିଆ ଓ ଟାଙ୍ଗୀଠାରେ ଏକ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର ସୂଚନା ପ୍ରଦାନ କରିଛନ୍ତି । ଉକ୍ତ ଲୋକଅଦାଲତରେ ସମସ୍ତ ପ୍ରକାରର ସାଲିସ୍‌ଯୋଗ୍ୟ ଫୌଜଦାରୀ ଓ ଦେୱାନି ମାମଲା ସହ ଗାଡ଼ିମଟର ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲା, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଓ ଜଳଯୋଗାଣ, ପାରିବାରିକ, ବୈବାହିକ ମାମଲା, ଜମି ଅଧିଗ୍ରହଣ, ଶ୍ରମ ବିବାଦ ଓ ଚେକ୍‌ ବାଉନ୍ସ ଇତ୍ୟାଦି ମାମଲାଗୁଡ଼ିକର ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇପାରିବ । ଜିଲ୍ଲା ଓ ଦୌରାଜଜ୍‌ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଖୋର୍ଦ୍ଧା ଶ୍ରୀ ନିଶିଥ୍‌ ନିଶାଙ୍କଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଯାଉଥିବା ଉକ୍ତ ରାଷ୍ଟ୍ରୀୟ ଲୋକଅଦାଲତରେ ଆପୋଷ ବୁଝାମଣା ଜରିଆରେ ଅଦାଲତମାନଙ୍କରେ ଥିବା ବିଚାରାଧୀନ ମାମଲା ଓ ନିଜ ନିଜ ମଧ୍ୟରେ ଥିବା ଯେକୌଣସି ମିଳାମିଶାଯୋଗ୍ୟ ବିବାଦର ସହଜ ଓ ସରଳ ସମାଧାନ ପାଇଁ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଜନସାଧାରଣଙ୍କୁ ଏହାର ସୁବିଧାସୁଯୋଗ ଯୋଗାଇ ଦିଆଯାଇପାରିବ ବୋଲି ପ୍ରାଧିକରଣଙ୍କ ସଚିବ ଶ୍ରୀମତୀ ସୌଦାମିନି ସିଂ ପରାମର୍ଶ ପ୍ରଦାନ କରିଛନ୍ତି । କେବଳ ବିଚାରାଧିନ ମାମଲା ନୁହେଁ, ପ୍ରାକ୍‌ ମୋକଦ୍ଦମାସ୍ତରୀୟ ଯଥା- କଚେରିରେ ଦାୟର ହୋଇନଥିବା ମାମଲା ଯଥା ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ ଅନାଦେୟ, ଶ୍ରମ ଓ ନିଯୁକ୍ତି ଏବଂ ଅନ୍ୟାନ୍ୟ ସାଲିସ୍‌ଯୋଗ୍ୟ ଫୌଜଦାରୀ ଓ ଦେୱାନି ମୋକଦ୍ଦମାର ମଧ୍ୟ ସମାଧାନ ଉକ୍ତ ଲୋକଅଦାଲତରେ ହୋଇପାରିବ ବୋଲି ଜଣାପଡ଼ିଛି । ଏଠାରେ ସୂଚନା ଦିଆଯାଉଛି କି ଉକ୍ତ ଲୋକଅଦାଲତରେ ମୋକଦ୍ଦମା ବା ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ଦେବାକୁ ପଡ଼େ ନାହିଁ ଏବଂ ଲୋକଅଦାଲତଙ୍କ ରାୟ ବୈଧ, ଚୂଡ଼ାନ୍ତ ଏବଂ ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲା ଲୋକଅଦାଲତ ମାଧ୍ୟମରେ ଫଇସଲା ହୋଇଯାଏ ତା’ହେଲେ ଆଗରୁ ପଇଠ ହୋଇଥିବା କୋର୍ଟ ଫି ମଧ୍ୟ ଫେରସ୍ତ ହୋଇଥାଏ । 
ଏଣୁ, ଜନସାଧାରଣଙ୍କୁ ଅନୁରୋଧ ଯଦି ଦୀର୍ଘଦିନରୁ ଅଦାଲତରେ ପଡ଼ି ରହିଥିବା ବା ଚାଲୁ ରହିଥିବା ମାମଲାମାନଙ୍କରେ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋଷ ବୁଝାମଣା ଜରିଆରେ ନିଜ ନିଜର ବିବାଦର ଅନ୍ତ ଘଟାଇବାକୁ ଇଚ୍ଛା ପ୍ରକାଶ କରୁଅଛନ୍ତି, ତା’ହେଲେ ତୁରନ୍ତ ନିକଟସ୍ଥ ଅଦାଲତ କିମ୍ବା ଏହାର ସବିଶେଷ ବିବରଣୀ ଜାଣିବା ପାଇଁ ଆଇନ ସେବା ପ୍ରାଧିକରଣ/ବିଭାଗଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବା ପାଇଁ ପ୍ରାଧିକରଣ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଅଛି । 
ଲକ୍ଷ୍ମଣ କୁମାର ବେହେରା, 
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ,
ଭୁବନେଶ୍ୱର