ଲୋକସେବା ଭବନ ଠାରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ସମ୍ପର୍କିତ ସମୀକ୍ଷା କଲି। ସମ୍ଭାବ୍ୟ ବାତ୍ୟା 'ଦାନା'
![ଲୋକସେବା ଭବନ ଠାରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ସମ୍ପର୍କିତ ସମୀକ୍ଷା କଲି। ସମ୍ଭାବ୍ୟ ବାତ୍ୟା 'ଦାନା'](https://bhavtarini.com/uploads/images/2024/10/image_750x_67167890df99a.jpg)
ajay kumar nayak
ଭୁବନେଶ୍ୱର, ରାଜ୍ଯରେ ଧନ ଜୀବନକୁ ସୁରକ୍ଷିତ ରଖିବା ସହିତ ବାତ୍ୟାର ସଫଳ ମୁକାବିଲା କରିବା ନିମନ୍ତେ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସ୍ଵତନ୍ତ୍ର ରିଲିଫ କମିଶନଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି। ବାତ୍ୟାର ସଠିକ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ, ଯୋଗାଯୋଗ, ବିଦ୍ୟୁତସେବା, ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ରିଲିଫ ସାମଗ୍ରୀ ଯୋଗାଣ, କଳାବଜାରୀ ନିୟନ୍ତ୍ରଣ ଭଳି ବିଷୟକୁ ବିଶେଷ ଗୁରୁତ୍ଵ ଦିଆଯିବ।
ଲୋକଙ୍କ ସରକାର ଲୋକଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେଉଛନ୍ତି। ପ୍ରତିଟି ଜୀବନକୁ ସୁରକ୍ଷିତ ରଖିବା ଏବଂ ଜିରୋ କାଜୁଆଲିଟିକୁ ନିଶ୍ଚିତ କରିବା ପାଇଁ ଆମ ସରକାର ଗୁରୁତ୍ବ ଦେଉଛନ୍ତି।
ସରକାର ଆପଣଙ୍କ ସହ ସବୁବେଳେ ସବୁ ସମୟରେ ସହଯୋଗ ପାଇଁ ପ୍ରସ୍ତୁତ ଅଛନ୍ତି। ସମସ୍ତେ ସଚେତନ ରହିବା ସହ ଭୟଭୀତ ନହୋଇ ସରକାରୀ ସ୍ତରରେ ଜାରି ହୋଇଥିବା ସୂଚନା ଆଧାରରେ ନିଜକୁ ପ୍ରସ୍ତୁତ ରଖନ୍ତୁ।