ଜନ୍ମମାଟିରେ  କାଳୀ ପୂଜା ଓ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ

ଜନ୍ମମାଟିରେ  କାଳୀ ପୂଜା ଓ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ

Ajay kumar nayak

ଭୁବନେଶ୍ୱର, ଦୁଇ ଦିନିଆ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପ୍ରଥମ ଦିନରେ  ନିଜ ଗାଁ ରାଇକଳାରେ  କାଳୀ ପୂଜା ଓ ଦୀପାବଳି ଉତ୍ସବ ପାଳନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ କାଳୀ ପୂଜା ଓ ଦୀପାବଳି ଉତ୍ସବ ଏବଂ ଏହାକୁ ସେ ନିଜ ଗାଁରେ ପାଳନ କଲେ। 

ପ୍ରଥମେ ସେ ନିଜ ଗାଁ ମୁଣ୍ଡ ପଡ଼ିଆରେ ଗୋଠାଣି ପୂଜାରେ ଯୋଗ ଦେବାପରେ ନିଜ ପରିବାର ଓ ଆତ୍ମୀୟ ସ୍ୱଜନଙ୍କ ସହିତ ଦୀପାବଳି ପାଳନ କରିଛନ୍ତି।

 ମୁଖ୍ୟମନ୍ତ୍ରୀଙ୍କ ସ୍ଵାଗତ ପାଇଁ ସଜାଇ ହେଇଥିଲା ରାଇକଳା ଗାଁ । ଗାଁ ଦାଣ୍ଡରେ ଝିଅ, ବୋହୁ ମାନେ ମୁରୁଜ ପକାଇଥିଲେ । ଏଥି ସହିତ କଳସ ସଜାଯାଇଥିଲା । ମୁଖ୍ୟମନ୍ତ୍ରୀ ଗାଁକୁ ଆସିଲା‌ ପରେ ଆରମ୍ଭ ହେଇଥିଲା ସ୍ଵାଗତ ସମ୍ବର୍ଦ୍ଧନାର ପର୍ବ । 

 କାଳୀପୂଜାରେ ଘରେ ପୂଜା କରିବା ସହ , ଗାଁରେ ଲୋକଙ୍କ ସହିତ ନିଜକୁ ଏଥିରେ ସାମିଲ୍ କରିଥିଲେ ମୁଖ୍ୟମନ୍ତ୍ରୀ । 

କାଳୀ ପୂଜାକୁ ସାନ୍ତାଳୀ ଭାଷା ରେ ' ସହରାଇ ' (ପେ ମାହଁଆ ) ବୋଲି କୁହାଯାଏ। ସହରାଇ (ପେ ମାହଁଆ) ୩ଦିନ ଧରି ପାଳନ କରାଯାଏ ।

 ପ୍ରଥମ ଦିନ କୁ 'ଗୋଟବଙ୍କା ' ନାମରେ ପାଳନ କରାଯାଏ। ସେହିଦିନ ଅଣ୍ଡା ପୂଜା କରି ସାହି ର ସବୁ ବଳଦ ଗାଇ କୁ ନେ଼ଇ ଅଣ୍ଡା ମଡାଯାଏ, ଦ୍ୱିତୀୟ ଦିନ କୁ ଗୋବର୍ଦ୍ଧନ ପୂଜା । ସାନ୍ତାଳୀ ଭାଷା ରେ ତାକୁ 'ଖଳା ବଙ୍କା 'ବୋଲି କୁହାଯାଏ, ଏହି ଦିନ କୁକୁଡା ପୂଜା କରାଯାଏ।
ତୃତୀୟ ଦିନ 'ବୁଢ଼ୀ ବନ୍ଦନା ' ତାକୁ ସାନ୍ତାଳୀ ଭାଷାରେ 'ଗାଏ ଖୁଣ୍ଟଉ ' ବୋଲି କୁହାଯାଏ, ସେହିଦିନ ବଳଦ ଗାଇ ମାନଙ୍କୁ ବନ୍ଦାପନା କରାଯାଇଥାଏ, ତାକୁ ସାନ୍ତାଳୀ ଭାଷା ରେ 'ଚୁମାଣା 'ବୋଲି କୁହାଯାଏ, ଏହିପରି ୩ ଦିନ ସହରାଇ ପାଳନ କରାଯାଏ ।

 ଏହା ଅବସରରେ ମୁଖ୍ୟମନ୍ତ୍ରୀ ମାଦଳ ବଜାଇ ଗ୍ରାମବାସୀଙ୍କ ସହ  ସହରାଇ ପୂଜା ମନାଇଥିଲେ । ଶେଷରେ ଝିରିଝିରି ବାଣ ଫୂଟାଇ ଦୀପାବଳିମନାଇବା ସହିତ ରାଜ୍ୟବାସୀଙ୍କୁ ଶୁଭେଛା ଓ ଶୁଭକାମନା ଜଣାଇଥିଲେ ।

ଆସନ୍ତାକାଲି ମଧ୍ୟ ମୁଖ୍ୟମନ୍ତ୍ରୀ ନିଜ ଗାଁ ରାଇକଳାରେ ପାରମ୍ପରିକ ପୂଜାରେ ଯୋଗ ଦେବା ପରେ ଭୁବନେଶ୍ଵର ଫେରିଯିବାର କାର୍ଯ୍ୟକ୍ରମ ରହିଛି।

सोशल मीडिया पर देखें खेती-किसानी और अपने आसपास की खबरें, क्लिक करें...

- देश-दुनिया तथा खेत-खलिहान, गांव और किसान के ताजा समाचार पढने के लिए सोशल मीडिया प्लेटफार्म गूगल न्यूजगूगल न्यूज, फेसबुक, फेसबुक 1, फेसबुक 2,  टेलीग्राम,  टेलीग्राम 1, लिंकडिन, लिंकडिन 1, लिंकडिन 2टवीटर, टवीटर 1इंस्टाग्राम, इंस्टाग्राम 1कू ऐप  यूटयूब चैनल से जुडें- और पाएं हर पल की अपडेट