ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ଓ ଦୀର୍ଘବର୍ଷ ଧରି ରହିଥିବା କର୍ମଚାରୀଙ୍କ ବଦଳି ଦାବିରେ

ପୁରାତନ ଛାତ୍ରଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ajay kumar nayak
ଭୁବନେଶ୍ୱର, କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଭୁବନେଶ୍ୱର ୮ନମ୍ବରସ୍ଥିତ ଲୋହିଆ ଏକାଡେମୀ ସମ୍ମିଳନୀ କକ୍ଷରେ ବୁଧବାର ପୂର୍ବାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ମହାବିଦ୍ୟାଳୟର ପୁରାତନ ଛାତ୍ର ତଥା ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ପୁରାତନ ଛାତ୍ର ଶ୍ରୀ ଦାସ କହିଥିଲେ ଯେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବର୍ଷବର୍ଷ ଧରି ଚାଲିଥିବା ବ୍ୟାପକ ହରିଲୁଟ, ଅନିୟମିତତା, ଅରାଜକତା ଓ ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ବଦଳି ପ୍ରଭୃତିି ଦାବିରେ ସରକାରଙ୍କୁ ଅବଗତି କରିବା ନିମନ୍ତେ ଆଜି ଏହି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ରାଜ୍ୟର ଏକ ସ୍ୱନାମ ଧନ୍ୟ ସର୍ବବୃହତ୍ତ ବେସରାକାରୀ ମହାବିଦ୍ୟାଳୟ । ଯାହାର ଗାରିମା ସାରା ରାଜ୍ୟ ସମେତ ରାଜ୍ୟ ବାହାରେ ମଧ୍ୟ ଜଣାଶୁଣା ଥିବା ବେଳେ ଆଜି କଲେଜର ୬୬ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । କିନ୍ତୁ ଦୁର୍ଭାଗ୍ୟର କଥା ଏହି କଲେଜ ଏବେ ଜରାଜୀର୍ଣ୍ଣ ଅବସ୍ଥା ଦେଇ ଗତି କରୁଛି । କଲେଜକୁ ବିଭିନ୍ନ ସୂତ୍ରରୁ ଆସୁଥିବା ସରକାରୀ ତଥା ଅନ୍ୟାନ୍ୟ ପାଣ୍ଠିକୁ ଆଖିବୁଝା ହରିଲୁଟ କରିଛନ୍ତି କିଛି ଅସାଧୁ କର୍ମଚାରୀ ଯାହା ସୂଚନା ଅଧିକାର ଆଇନରେ ଜଣା ପଡିଛି । ଏ ସମ୍ପର୍କରେ ବିଗତ ବିଜେଡି ସରକାରଙ୍କଠାରୁ ଆରମ୍ଭ କରି ବର୍ତ୍ତମାନର ବିଜେପି ସରକାରଙ୍କ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୈାଣସି ସୁଫଳ ମିଳିପାରିନି । ଲୋକଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝି ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷାମନ୍ତୀ ସୁରଜ ସୂର୍ଯ୍ୟବଂଶୀ, ଓଡିଶାର ମାନ୍ୟବର ରାଜ୍ୟପାଳ, ମୁଖ୍ୟ ଶାସନ ସଚିବ ଓ ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବଙ୍କ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଫଳ ଶୂନ୍ୟ । ଅନ୍ୟାୟ ଓ ଅନିତି ବିରୋଧରେ ଲଢେଇ କରୁଥିବା ତଥା ରାଜ୍ୟର ଏକ ବିଶାଳ ଶିକ୍ଷାନୁଷ୍ଠାନର ୭ହଜାର ୫ଶହରୁ ଉଦ୍ଧ୍ୱର୍ ପିଲାଙ୍କ ଭବିଷ୍ୟତ ପାଇଁ ସଂଗ୍ରାମ ଜାରି ରଖିଥିବା ଆମ୍ଭମାନଙ୍କୁ ନ୍ୟାୟ ମିଳିବା ସ୍ୱପ୍ନରେ ପରିଣତ ହୋଇଯାଇଛି । ବିଗତ ୨୦୨୪ମସିହା ଜୁଲାଇମାସ ୧୫ତାରିଖ ଠାରୁ ଏସମ୍ପର୍କରେ ଉପରୋକ୍ତ ଅଧିକାରୀମାନଙ୍କୁ ବାରମ୍ବାର ସାକ୍ଷାତ ଓ ଲିଖିତ ଅଭିଯୋଗ ପରେବି ଫଳ ଶୂନ୍ୟ । ତେଣୁ ଆମ୍ଭେମାନେ ପୁନର୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଅଛୁ । ଏଥିରେ ପୁରାତନ ଛାତ୍ର ତଥା ଉଚ୍ଚଶିକ୍ଷା ବିଭାଗର ପ୍ରାକ୍ତନ ଅତିରିକ୍ତ ନିର୍ଦେଶକ ଡ. ଅମିୟ କୁମାର ମହାନ୍ତି ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜ୍ଜନ କରିଥିବା ରାଜ୍ୟର ସର୍ବବୃହତ ବେସରକାରୀ ମହାବିଦ୍ୟାଳୟ ‘କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ’ଟି ଦୀର୍ଘ ବର୍ଷ ଧରି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ରାଜ୍ୟ ସରକାର ଏଥିପ୍ରତି ଉଚିତ ଧ୍ୟାନ ଦେଉନଥିବା କହିଥିଲେ । ଏହି ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ, ତୁରନ୍ତ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି, ୫ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ରହି ଆସିଥିବା ସମସ୍ତ କର୍ମଚାରୀଙ୍କୁ ତୁରନ୍ତ ବଦଳି କରାଯିବା ଓ କଲେଜର ବିଭିନ୍ନ କ୍ଷେତ୍ରରେ ହୋଇଥିବା ଦୁର୍ନୀତିର ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରାଯିବାକୁ ଦାବି କରିଥିଲେ । ଅନ୍ୟତମ ପୁରାତନ ଛାତ୍ର ଭାଗିରଥୀ ଜେନା ମହାବିଦ୍ୟାଳୟରେ ଖାଲି ପଡିଥିବା ବିଭିନ୍ନ ବିଭାଗର ୩୩ ଅଧ୍ୟାପକ ପଦ ସହ ୫୫ଟି ଶିକ୍ଷା କର୍ମଚାରୀ ପଦବୀକୁ ତୁରନ୍ତ ପୁରଣ କରାଯିବା, ମହାବିଦ୍ୟାଳୟ ଚର୍ତୁପାଶ୍ୱର୍ ଜମିକୁ ମାପ କରାଯାଇ ଚିହ୍ନଟ କରାଯିବା ସହ ସୁଦୃଢ ପାଚେରୀ ନିର୍ମାଣ ଏବଂ କଲେଜ ପରିସରର ସୁରକ୍ଷାକୁ କଡାକଡି କରାଯିବାକୁ ଦାବି କରିଥିଲେ । ପୁରାତନ ଛାତ୍ର ପ୍ରତାପ ମହାନ୍ତି କହିଥିଲେ ଯେ କେନ୍ଦ୍ରାପଡା ମହାବିଦ୍ୟାଳୟରେ ହୋଇଥିବା ବ୍ୟାପକ ହରିଲୁଟ, ଅନିୟମିତତା, ଅରାଜକତାର ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରାଯିବା, ମହାବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ଯଥା କଂକ୍ରୀଟ୍ ରାସ୍ତା ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ମରାମତି ଓ ଉନ୍ନତିକରଣ ସହ ବିଭିନ୍ନ ସାମଗ୍ରୀ କିଣାରେ ହୋଇଥିବା ହରିଲୁଟ, ଘୋଟଲା ଓ ଅନିୟମିତତା ଉପରେ ତୁରନ୍ତ ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରାଯିବା । ଏଥିସହିତ ଏକ ମାସ ମଧ୍ୟରେ ଲୁଟରେ ସାମିଲ ଥିବା କର୍ମଚାରୀମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ଓ ଲୁଟ ରାଶି ଉଦ୍ଧାର କରାଯିବା, ୨୦୨୪ମସିହାରେ ମହାବିଦ୍ୟାଳୟରୁ ଏସି ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ଘଟଣାର କ୍ରାଇମ୍ ବ୍ରାଞ୍ଚ ସ୍ତରୀୟ ତଦନ୍ତ କରାଯିବା, ଏ ସମସ୍ତ ଦୁର୍ନିତିକୁ ଘଣ୍ଟ ଘୋଡାଉ ଥିବା ଓ ପ୍ରୋସôାହନ ଯୋଗାଉ ଥିବା ଏବଂ ୫ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଉଚ୍ଚ ଶିକ୍ଷା ବିଭାଗରେ କାର୍ଯ୍ୟରତ ସେକ୍ସନ ଅଫିସର ସନ୍ତୋଷ କୁମାର ସେଠୀଙ୍କୁ ତୁରନ୍ତ ବଦଳି କରାଯିବା ସହ ତାଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ କରାଯିବା, ଅଡିଟ ରିପୋର୍ଟରେ ରିକଭରୀ ପାଇଁ ଦିଆଯାଇଥିବା ନିର୍ଦେଶ ଅନୁଯାୟି ସଂପୃକ୍ତ କର୍ମଚାରୀଙ୍କ ଠାରୁ ତୁରନ୍ତ ଅର୍ଥ ଆଦାୟ କରାଯିବା, ନୂଆ ଓ ଯୋଜନାରେ କଲେଜକୁ ମିଳିଥିବା ପ୍ରାୟ ୩୫ଲକ୍ଷ ଟଙ୍କାକୁ ହରିଲୁଟ କରାଯାଇଥିବା ଘଟଣାର ଭିଜିଲାନ୍ସ ତଦନ୍ତ କରାଯିବା ଓ ମହାବିଦ୍ୟାଳୟର ସମସ୍ତ ଶ୍ରେଣୀ କକ୍ଷରେ ସି ସି ଟିଭି ଲଗାଯାଇ ଅଧ୍ୟାପକ/ଅଧ୍ୟାପିକାମାନଙ୍କ ଶିକ୍ଷାଦାନକୁ ଯାଞ୍ଚ କରାଯିବା ଏବଂ କଲେଜର ଛାତ୍ରଛାତ୍ରୀମାନଙ୍କ ପାଇଁ ମୌଳିକ ସୁବିଧା ଓ ସୁରକ୍ଷା ପଇଁ ଆବଶ୍ୟକ ସୁବ୍ୟବସ୍ଥା କରାଯିବାକୁ ଦାବି କରିଥିଲେ ।